tolee
Business & Finance
Tolee NewsBusiness & Finance

State Junior Athletics Championship ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ, କଟକ ଚାମ୍ପିଅନ

ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଗତ ୩ ଦିନ ଧରି ଚାଲିଆସୁଥିବା ୭୨ ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି । ଏଥିରେ ମୋଟ ୮୦ ଟି ପ୍ରତିଯୋଗିତା ହୋଇଥିବା ବେଳେ ଚଳିତ ବର୍ଷ କଟକ ଜିଲ୍ଲାକୁ ଚାମ୍ପିଅନ୍‌ ଘୋଷିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂଖୁଣ୍ଟିଆ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ, ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲପାଳ ଅଜିତ କୁମାର, ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରାଇରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ଓଡିଶା ଅଲିମ୍ପିକ ଆସୋସିଏସନର ସଭାପତି ସମୀର କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଅଲମ୍ପିଆଡ଼ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୂତୀ ଚାନ୍ଦ ଯୋଗ ଦେଇଥିଲେ। ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀ, ଆଥଲେଟିକ୍ସ ସଂଘର କର୍ମକର୍ତ୍ତା, କ୍ରୀଡ଼ାବିତ୍, ପ୍ରଶିକ୍ଷକ, ଅଭିଭାବକ ଓ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କନିଷ୍ଠ ବର୍ଗର ୬୦୨ ଜଣ କ୍ରୀଡ଼ାବିତ୍ ବିଭିନ୍ନ ଦୌଡ଼, ଲମ୍ଫ ଓ ନିକ୍ଷେପ ଇଭେଣ୍ଟରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉଦଯାପନୀ ଉତ୍ସବରେ ପଦକ, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବାଳକ -୧୮ ରେ ଜ୍ୟାଭଲିନରେ ବାଲେଶ୍ୱରର ସତ୍ୟରଞ୍ଜନ ନାୟକ, ବାଳକ -୨୦ ଜ୍ୟାଭଲିନରେ କଟକର ଶୁଭମ ଦାସ, ବାଳିକା -୧୬ ଲଙ୍ଗଜମ୍ପରେ ଯାଜପୁରର ସମୀକ୍ଷା ସ୍ମରଣିକା, ବାଳିକା -୧୮ ଜ୍ୟାଭଲିନରେ ଯାଜପୁରର ଆଲୋକିକା ସ୍ୱାଇଁ ଅଜୟ ସ୍ୱାଇଁ, ବାଳକ -୨୦ ଲମ୍ବ ଡିଆଁରେ ସୁନ୍ଦରଗଡ଼ର ମହେନ୍ଦ୍ର ହାଁସଦା,ବାଳକ -୧୪ ଟ୍ରାଇଥଲନ - ଏ ରେ ନବରଙ୍ଗପୁରର ପ୍ରତାପ ମାଝୀ, ବାଳିକା -୧୪ ଟ୍ରାଇଥାଲନ - ବି- ରେ ରାଉରକେଲା ଷ୍ଟିଲପ୍ଲାଣ୍ଟର ବୈଭଵି ଏସ, ବାଳକ -୧୪ ଟ୍ରାଇଥଲନ ବି ରେ କେନ୍ଦୁଝରର ଶ୍ରୀଲାଲ ସିଙ୍କୁ, ବାଳିକା -୧୮, ୩୦୦୦ ମିଟର ୱାକରେ ଝାରସୁଗୁଡାର ଚଞ୍ଚଳ କୁମାରୀ, ବାଳିକା -୧୮, ୧୦୦୦ ମିଟର ଦୌଡ଼ରେ ଭଦ୍ରକର ଶୁନ୍ୟସକ୍ତା ବାରିକ, ବାଳିକା -୧୮, ୧୦୦ ମିଟର ହାର୍ଡଲସ ରେ ଯାଜପୁରର ଦିପ୍ତୀମୟୀ ଦାସ, ବାଳକ -୧୬, ୬୦ ମିଟର ଦୌଡ଼ରେ କେନ୍ଦ୍ରାପଡ଼ାର ଶ୍ରେୟାଶ ମହାନ୍ତି, ବାଳିକା -୧୬, ୬୦ମିଟର ଦୌଡ଼ରେ ଯାଜପୁରର ସମୀକ୍ଷା ସ୍ମରଣିକା, ବାଳକ -୨୦ ସଟପୁଟ ରେ କଟକର ଓଁକାର ପ୍ରସାଦ ନନ୍ଦ ବାଳକ -୧୮ ହେପଥଲାନରେ ମୟୁରଭଞ୍ଜର ବନମାଳୀ ସିଂ, ବାଳକ -୧୮ ଉଚ୍ଚ ଡିଆଁରେ ଜଗତସିଂହପୁରର ସ୍ୱାଧୀନ ବେହେରା ଏବଂ ଗ୍ରୁପ ଚମ୍ପିୟାନ ଭାବେ ଯାଜପୁରର ବାଳିକା ଓ ବାଳକ -୧୪,ବାଳିକା -୧୬, କେନ୍ଦୁଝରର ବାଳକ -୧୬, ଯାଜପୁରର ବାଳିକା -୧୮,କୋରାପୁଟର ବାଳକ -୧୮, କିଟସର ବାଳିକା -୨୦, କଟକର ବାଳକ -୨୦ ଓ ସାମଗ୍ରୀକ ଭାବେ କଟକ ଚମ୍ପିୟାନ ହୋଇଥିବା ବେଳେ ଯାଜପୁର ରନର୍ସଅପ ହୋଇଛି। Athletics Championship ରାଇରଙ୍ଗପୁରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡ଼ାବିତ୍ ମାନଙ୍କ ସହିତ ଅଲମ୍ପିଆଡ଼ ଦୂତି ଚାନ୍ଦ ଆଦିବାସୀ ଓ ଝୁମର ଗୀତରେ ନାଚିଥିଲେ।

u
updateson times@updatesontimes
8/10/2026 | 4:31 am 2 Min Read
Media 1
AI Generated Executive Summary

Latest updates on State Junior Athletics Championship ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ, କଟକ ଚାମ୍ପିଅନ. Read verified analysis on Tolee News.

📌 **Key Highlights**: • Official developments and latest press updates regarding State Junior Athletics Championship ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ, କଟକ ଚାମ୍ପିଅନ. • Key insights, analysis, and verified reporting from authoritative sources. 📖 **Detailed Verified Report**: Today, major developments were reported regarding State Junior Athletics Championship ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ, କଟକ ଚାମ୍ପିଅନ. Community leaders and domain experts emphasized the significance of these updates across Business & Finance. Stay connected with Tolee News for verified real-time coverage.

t/
Published In Community ToleeAI Automation Society
0
U